
ବୈପାରିଗୁଡା ବ୍ଲକ କାର୍ଯ୍ୟଳୟ ପରିଶର ଭିତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଥିବା ବେଳେ ଗାଁ ଗହଳି କଥା ପଚାରେ କିଏ ? !ସରକାର ବାରମ୍ବାର ସ୍ବର୍ଚ୍ଛ ଭାରତ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ସରକାରୀ କର୍ମଚାରୀ ହିଁ ନିଜ ସରକାରୀ କାର୍ଯ୍ୟଳୟ ପ୍ରତି ଗୁରୁତ ନଦେବା ସାଧାରଣରେ ବଡପ୍ରଶ୍ନବାଚୀ ସୁଷ୍ଟି କରୁଛି !ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ଲକକାର୍ଯ୍ୟଳୟର ଚାରିପଟେ କୁଢକୁଢ ଆବର୍ଜନା ସହ ମଦ ବେତଲ ଜମି ରହିଥିବା ବେଳେ ଏହାକୁ ସଫା କରିବାରେ ବ୍ଲକପ୍ରଶାସନ ବିଫଳ ହୋଇଥିବାର ଅନୁମାନ କରାଯାଉଛି !ବ୍ଲକ କାର୍ଯ୍ୟଳୟ ଭିତରେ ବିଦ୍ୟାଳୟ ସହ ଛୋଟବଡ ମିଶି ୧୦ରୁ ଅଧିକ ଅଫିସ ମଧ୍ୟ ରହିଛି !ବ୍ଲକ କାର୍ଯ୍ୟଳୟକୁ ପ୍ରତିଦିନ ୨୦ଗୋଟି ପଞ୍ଚାୟତର ଜନସାଧାରଣଙ୍କ ସହ ବାହାର ଲୋକ ମାନେ ଆସୁଥିବା ବେଳେ ଏହି ଅବର୍ଜନାକୁ ଦେଖି ସହର୍ଯ୍ୟଅନୁମାନ କରୁଥିବେ ଯେ ବୈପାରିଗୁଡା ବ୍ଲକରେ କେମିତି ଚାଲିଛି ସ୍ବଚ୍ଚ ଭାରତ ମିଶନ !ବ୍ଲକପ୍ରଶାସନ ଦେଖି ମଧ୍ୟ ଏହାକୁ ସଫାକରୁନଥିବାରୁ ସାଧାରଣରେ ଜନଅନ୍ତୋଷ ପ୍ରକାଶ ପାଉଛି !ଏଥିପ୍ରତି ତୁରନ୍ତ ପ୍ରଶାସନ ଦୁଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି !
#odishatimes,#odisha time,#kalahandi news,#odisha news,Swaccha Bharat abhiyan is a mere slogan for baipariguda block administration,
0 Comments